ନିଉଜ ପଏଣ୍ଟ ଓଡ଼ିଶା (ବ୍ୟୁରୋ) : ଗତ ମଇ୨୮ ତାରିଖ ରୁ ମଣ୍ଡି ଲାଗିବା ପାଇଁ ସରକାରଙ୍କ ନିୟମ ଥିଲେ ମଧ୍ୟ ଏଯାଏ ଲାଗୁନି ଧାନ ମଣ୍ଡି କି ଉଠୁନାହିଁ ଧାନ। ଏ ନେଇ ଯାଜପୁର ଜ଼ିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ୨୦୦ରୁ ଉର୍ଦ୍ଧ୍ବ ଚାଷୀ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିଜାମପୁର ସେବା ସମବାୟ ସମିତି ଏବଂ ସାଇ କ୍ରିଷ୍ଣା ଏସଏଚଜି ରେ ଏଯାଏ ଲାଗିନି ଧାନମଣ୍ଡି। ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୟୁଣ୍ଟାଲ ରବି ଧାନ ମାତ୍ର ଆସୁନାହାନ୍ତି ମିଲର। ରବି ଧାନ ମଣ୍ଡି ନ ଲାଗିବା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ଜମି ର ପରିମାଣ ଅଧିକ ଥିଲେ ମଧ୍ୟ କମ ଟୋକନ ଆସିଥିବା ଅଭିଯୋଗ କରିଛନ୍ତି ଚାଷୀ। ଆଜି ସ୍ଥାନୀୟ ଅଂଚଳ ର ଚାଷୀ ମାନେ ମିଳିତ ଅଭିଯୋଗ ଶୁଣାଣିରେ ଏନେଇ ଜ଼ିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତୁରନ୍ତ ମଣ୍ଡି ନଲାଗିଲେ ଆନ୍ଦୋଳନ କରାଯିବା ସହ ମିଲରଙ୍କ ବିରୁଦ୍ଧରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି । ମଣ୍ଡିରେ ଧାନ ବିକ୍ରି ବିଳମ୍ବ ହେବାରୁ ଚାଷୀମାନେ ଅଭାବୀ ବିକ୍ରି କରୁଥିବା ଦେଖାଦେଇଛି।
Related Posts
ଆଜିର ରାଶିଫଳ।
ମେଷ:- କରିଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । ଛାତ୍ରଛାତ୍ରୀଙ୍କ ଖୁସି ଲାଗି ଦିନଟି ନୂଆ ଅବସର ନେଇ…
ମା ବିରଜାଙ୍କ ପ୍ରତିମୂର୍ତ୍ତି ଅବହେଳିତ — ପ୍ରଶାସନର ନଜର କେବେ ପଡ଼ିବ?
ମା ବିରଜାଙ୍କ ପ୍ରତିମୂର୍ତ୍ତି ଅବହେଳିତ — ପ୍ରଶାସନର ନଜର କେବେ ପଡ଼ିବ? ଯାଜପୁର,୧୦/୯ : ଯାଜପୁରର ଆସ୍ଥାର କେନ୍ଦ୍ରବିନ୍ଦୁ, ଅଧିଷ୍ଠାତ୍ରୀ ଦେବୀ ମା ବିରଜା। କିନ୍ତୁ ଦୁର୍ଭାଗ୍ୟବଶତଃ,…
ପିଲାଙ୍କ ହୋମୱାର୍କ ପାଇଁ, ପିତାମାତାଙ୍କୁ ହୃଦ୍ଘାତ
୨୦୧୯ ମସିହାରେ ଜଣେ ୩୬ ବର୍ଷିୟ ମହିଳା, ଗତ ବର୍ଷ ଜଣେ ୪୫ ବର୍ଷିୟ ମହିଳା ପିଲାଙ୍କୁ ହୋମୱାର୍କ କରୁଥିବା ସମୟରେ ଏହି ଷ୍ଟ୍ରୋକର ଶିକାର ହୋଇଥିଲେ।…
