ନିଦ୍ରାରେ ସିଂହପୁର ଆଞ୍ଚଳିକ ଉନ୍ନୟନ ଦପ୍ତର .

ନିଦ୍ରାରେ ସିଂହପୁର ଆଞ୍ଚଳିକ ଉନ୍ନୟନ ଦପ୍ତର

ନିଉଜ ପଏଣ୍ଟ ଓଡ଼ିଶା ବ୍ୟୁରୋ : ବିଂଝାରପୁର ,(ସ୍ମୃତିରେଖା ମଲ୍ଲିକ) : ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ କାର୍ଯ୍ୟାଳୟ ଦ୍ୱାରା , ଜନହିତକର କାର୍ଯ୍ୟ କରିବାକୁ ଯୋଜନା ମାନ କରିଛନ୍ତି | କିନ୍ତୁ ଦେଖାଯାଏ ବିଭିନ୍ନ କାର୍ଯ୍ୟାଳୟ , ଅଧିକାରୀ ଓ ବିନା କର୍ମଚାରୀ ରେ ଅଫିସ , ଜଙ୍ଗଲ , ବା ଭୁତକୋଠୀ ରେ ପରିଣତ ଏପରି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଆର .ଡି . କାର୍ଯ୍ୟାଳୟ , ଏଠାରେ ଅଫିସ ହେଲା ଦିନରୁ କୌଣସି ଅଧିକାରୀ ମାସରେ ଦୁଇ ଚାରି ଦିନ ବି ଆସନ୍ତି ନାହିଁ | ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଫିସ କୁ ଆସି ବାରଣ୍ଡାରେ ଚେୟାର ପକାଇ ଶୋଇ, ଶୋଇ ଘରକୁ ଯାଆନ୍ତି | ଅନ୍ୟ ପଟେ ଅଫିସ ଗୃହ ମରାମତି , ରଙ୍ଗ ଦେବା , ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ମିଛ ବିଲ କରି , ଠିକାଦାର ଓ ଅଧିକାରୀଙ୍କ ମିଲି ଭଗତରେ ଚାଲିଛି ହରିଲୁଟ | ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦୃଢ ଦାବୀ ହେଉଛି |

Leave a Reply

Your email address will not be published. Required fields are marked *