ଅନୁଗୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ୍ ନିକଟରେ ସରକାରୀ ବସ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଗୁରୁତର। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ସେମାନେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ୍ ନିକଟରେ ସରକାରୀ ବସ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଗୁରୁତର। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ସେମାନେ।ତିନି ଜଣ ଗୋଟିଏ ବାଇକରେ ଯାଉଥିବା ବେଳେ ଗୋଟିଏ ସରକାରୀ ବସ ଧକ୍କା ଦେଇଥିଲା। ଯାହା ଫଳରେ ତିନି ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁଇ ଜଣ ପୁଲିସ ଗାଡ଼ିରେ ଆସିଥିବା ବେଳେ ଜଣେ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ରାଇଝରଣ ସିତିରାସାହିର ବୈଷ୍ଣବ ନାଏକଙ୍କ ପୁଅ ଚଣ୍ଡାଳ ନାଏକ ( ୪୦), ରାଜା ବେହେରାଙ୍କ ପୁଅ କାଳିଆ ବେହେରା (୧୯) ଏବଂ ଚଣ୍ଡାଳ ନାଏକଙ୍କ ସ୍ତ୍ରୀ ଦୁତୀ ନାଏକ ବୋଲି ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
Related Posts
ଯାଜପୁରରେ ବେଆଇନ ବାଲି ଚାଲାଣକୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ହତ୍ୟା।
ଯାଜପୁରରେ ବେଆଇନ ବାଲି ଚାଲାଣକୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ହତ୍ୟା। ମୁଖ୍ୟ ଅଭିଯୁକ୍ତ ପୂର୍ବ ବିଜେଡି ସରକାରର ଗେହ୍ଲାପୁଅ ନେଇ ଚର୍ଚ୍ଚା। ବେଆଇନ କାରବାରରେ ସଦର…
ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ: ବିଜେଡି
ଭୁବନେଶ୍ୱର (ନ୍ୟୁଜ୍ ପଏଣ୍ଟ ଓଡ଼ିଶା ବ୍ୟୁରୋ): ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉଦବେଗଜନକ ସ୍ଥିତିରେ ଥିବା ବେଳେ ଆମ୍ୱୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜୁ ଜନତା ଦଳ…
ଅବସର_ପରେ_ସରକାରୀ_ପଦ_ଗ୍ରହଣ_କରିବା_ଅନୁଚିତ ଅବସର ପରେ ସରକାରୀ ପଦ ଗ୍ରହଣ କରିବା ଅନୁଚିତ ।
#ଅବସର_ପରେ_ସରକାରୀ_ପଦ_ଗ୍ରହଣ_କରିବା_ଅନୁଚିତ ଅବସର ପରେ ସରକାରୀ ପଦ ଗ୍ରହଣ କରିବା ଅନୁଚିତ । ଖାଲି ପଦ ଗ୍ରହଣ କରିବା ନୁହେଁ ବରଂ ନିର୍ବାଚନ ଲଢିବା ମଧ୍ୟ ଉଚିତ୍ ନୁହେଁ…
