ନ୍ୟୁଜ୍ ପଏଣ୍ଟ ଓଡ଼ିଶା (ଯାଜପୁର ବ୍ୟୁରୋ): ଆଜି ଜିଲାର ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବିଜୁଳି ମାରି ପ୍ରବଳ ବର୍ଷା ମଧ୍ୟାହ୍ନରେ ହୋଇଥିଲା । ରଗଡି ଛକରେ ଏକ ହୋଟେଲ ନିକଟରେ ବିଜୁଳି ମାରିବାରୁ ଜଣେ ଟ୍ରକ ହେଲ୍ପରଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ମୃତ ହେଲ୍ପର ଜଣକ ହେଲେ ଅନୁଗୁଳ ଜିଲ୍ଲାର ଦିଲ୍ଲୀପ ନାୟକ । କେନ୍ଦୁଝର ଜିଲ୍ଲାରୁ ଏକ ଟ୍ରକ ମାଲ ନେଇ ଯାଜପୁର ଜିଲ୍ଲାକୁ ଆସିଥିଲା l ରଗଡି ଛକରେ ଟ୍ରକ ଡ୍ରାଇଭର ଗାଡି ରଖିଥିଲେ । ହେଲ୍ପର ଦିଲ୍ଲୀପ ଗାଧେଇବାକୁ ଏକ ହୋଟେଲର ଟାଙ୍କି ପାଖରେ ଛିଡା ହୋଇଥିଲେ l ସେଠାରେ ବିଜୁଳି ମାରିବାରୁ ହେଲ୍ପର ଦିଲ୍ଲୀପଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଯାଜପୁର ରୋଡ଼ ଡାକ୍ତର ଖାନାକୁ ନେଇଥିଲା । ଆସନ୍ତା କାଲି ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।
Related Posts

ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଓ ଜନ ବସତିରେ ମାଡ଼ିଗଲା ଲୁଣି ପାଣି
ନିୟୁଜ ପଏଣ୍ଟ ଓଡ଼ିଶା (ବ୍ୟୁରୋ) : ଶିଆଳି ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ହଟାତ ସମୂଦ୍ର ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ସହ ଶିଆଳି…

ରାଜ୍ୟ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର.
ରାଜ୍ୟ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର-ଛେଳିଗଡ଼ ଡ୍ୟାମ ପାଇଁ ୧୫୧ କୋଟି ବ୍ୟୟବରାଦ-ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ-ସହରର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଯୋଜନା-ଜୈବପ୍ରଯୁକ୍ତି…

ଯାଜପୁର ମେଡିକାଲରେ ଡାଏରିଆରେ ଆକ୍ରାନ୍ତଙ୍କୁ ଭେଟିଲେ ବିଜେପି ଜିଲ୍ଲା ସଭାନେତ୍ରୀ।
ଯାଜପୁର ମେଡିକାଲରେ ଡାଏରିଆରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ଭେଟି ସେଠିକାର ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ,ସେ ବିଷୟରେ ଡାକ୍ତର ଓ CDMOଙ୍କ ସହିତ ଆଲୋଚନା…