ବିଜେପି ଜିଲ୍ଲା ସଭାନେତ୍ରୀ ଦେବଜାନୀ ପ୍ରଧାନ ଓ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର ଆଜି ବନ୍ୟା ପ୍ରଭାବିତ ଦଶରଥପୁର ବ୍ଲକ ପଛପଡ଼ା, କଷପା, ବ୍ରହ୍ମଚାରୀପାଟଣା ଆଦି ଗାଁ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହିତ କାଣୀ ନଦୀ ବନ୍ଧ ଘଳିଆ ମରାମତି କାର୍ଯ୍ୟର ସମୀକ୍ଷା କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କାର୍ଯ୍ୟ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ସଭାନେତ୍ରୀ ଦେବଜାନୀ ପ୍ରଧାନ ଓ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର ବନ୍ୟା ବିପନ୍ନ ମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।ପରେ ବି ଡି ଓ, ତହସିଲଦାର, ଜିଲ୍ଲାସ୍ଥରୀୟ ଅଧିକାରୀ ଓ ଲାଇନ ବିଭାଗ ଅଧିକାରୀ ମାନଙ୍କ ସହିତ ବନ୍ୟା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ।ସମସ୍ତ ବନ୍ୟା ପ୍ଲାବିତ ଅଂଚଳରେ ଜଳ ଉତ୍ସ ଗୁଡିକୁ ତୁରନ୍ତ ବିଶୁଧିକରଣ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗ ଙ୍କୁ ନିର୍ଦେଶ ଦେଇଥିଲେ।ଯେଉଁ ଅଂଚଳରେ ବିଶୁଧିକରଣ ହୋଇନାହିଁ ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇଦେବେ। ସମସ୍ତ ବି ଡ଼ି ଓ, ତହସିଲଦାର ଓ ଜଳସେଚନ ଯନ୍ତ୍ରୀ ମିଳିତ ଭାବେ ନଦୀବନ୍ଧ ପରିଦର୍ଶନ କରି ଦୁର୍ବଳ ନଦୀବନ୍ଧ, ପୂର୍ବରୁ ହୋଇଥିବା ଘାଇ ଓ ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ କରି ତୁରନ୍ତ ମରାମତି ଓ ଦୃଢ଼ୀକରଣ କରିବାକୁ ନିର୍ଦେଶ ଦେଇଥିଲେ।ମେଡିକାଲ ୟୁନିଟ ମାଧ୍ୟମରେ ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଭାବିତ ଅଂଚଳରେ ଆବଶ୍ୟକୀୟ ଗୋଖାଦ୍ୟ ଯୋଗାଇବା ସହିତ ଗୋରୁ ଗାଈ ଙ୍କ ଚିକିତ୍ସା କରିବେ। ବନ୍ୟାଂଚଳରେ ବନ୍ୟା ଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଫସଲ, ମସ୍ତ୍ୟ ଯାଅଁ।ଳ, ଉଦ୍ୟାନ କୃଷି ଆଦି ସର୍ଭେ କରି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାଜପୁର ଓ ଦଶରଥପୁର ଦୁଇଟି ବ୍ଲକର ୧୩ ଟି ପଞ୍ଚାୟତ, ୨୪ ଟି ଗାଁ ପ୍ରଭାବିତ ହୋଇଅଛି। ୬୫୯୪ ଲୋକ ପ୍ରଭାବିତ ହୋଇଥିବା ବେଳେ ୬୯୨ ଜଣ ଲୋକଙ୍କୁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ତିନିଟି ରିଲିଫ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଚାରୋଟି ମେଡିକାଲ ଟିମ୍ ଓ ଗୋଟିଏ ଭେଟେରୀନାରୀ ଟିମ୍ ପ୍ରଭାବିତ ଅଂଚଳରେ ନିୟୋଜିତ ହୋଇଛନ୍ତି । ୪୭୦ ଓ.ଆର.ଏସ ଏବଂ ୩୨୦୦ ହଲୋଜେନ ଟାବଲେଟ ବଣ୍ଟନ କରାଯାଇଛି।ଦଶରଥପୁର ବ୍ଲକର ଚାନ୍ଦକୁଦ ଗ୍ରାମର ସନ୍ତୋଷ ଜେନା ବନ୍ୟା ଯୋଗେ ବୈତରଣୀ ନଦୀର ବାଲିଯାତ୍ରା ଘାଟରେ ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ଏହି ଅବସରରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବିଜେପି ଜିଲ୍ଲା ସଭାନେତ୍ରୀ ଦେବଜାନୀ ପ୍ରଧାନ ଓ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର ଙ୍କ ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ସହ ବନ୍ୟା ସ୍ଥିତି ର ସମୀକ୍ଷା
