ମା ବିରଜାଙ୍କ ପ୍ରତିମୂର୍ତ୍ତି ଅବହେଳିତ — ପ୍ରଶାସନର ନଜର କେବେ ପଡ଼ିବ?

ମା ବିରଜାଙ୍କ ପ୍ରତିମୂର୍ତ୍ତି ଅବହେଳିତ — ପ୍ରଶାସନର ନଜର କେବେ ପଡ଼ିବ?

ଯାଜପୁର,୧୦/୯ : ଯାଜପୁରର ଆସ୍ଥାର କେନ୍ଦ୍ରବିନ୍ଦୁ, ଅଧିଷ୍ଠାତ୍ରୀ ଦେବୀ ମା ବିରଜା। କିନ୍ତୁ ଦୁର୍ଭାଗ୍ୟବଶତଃ, ମାଆଙ୍କ ପ୍ରତିମୂର୍ତ୍ତି ଓ ପରିସର ଅବହେଳାରେ ପଡ଼ିଥିବାକୁ ଦେଖି ଭକ୍ତମାନଙ୍କ ମନରେ ଅସନ୍ତୋଷ ଓ କ୍ଷୋଭ ଦେଖାଦେଇଛି।ପର୍ବପର୍ବାଣୀ ସମୟରେ ହଜାର ହଜାର ଭକ୍ତଙ୍କ ଆଗମନ ଥିଲେ ମଧ୍ୟ, ପ୍ରାପ୍ୟ ସୁବିଧା, ପରିଚ୍ଛନ୍ନତା ଓ ମନ୍ଦିରର ସୁରକ୍ଷା ଉପରେ ପ୍ରଶାସନର ଅଗ୍ରହ ନଥିବା ପ୍ରମାଣ ମିଳୁଛି।ଯାହାକି ବିରଜା ପରିକ୍ରମା ପ୍ରକଳ୍ପ ନାମରେ ବଡ଼ ବଡ଼ ଘୋଷଣା ହୋଇଥିଲା, ସେଥିରେ କାମ ମନ୍ଥର ଗତିରେ ଅଟକିଛି। ବର୍ଷ ପରେ ବର୍ଷ ବିତିଗଲା, କିନ୍ତୁ ପରିବର୍ତ୍ତନ କିଛି ହୋଇନାହିଁ। ଭକ୍ତମାନଙ୍କ ଦାବି, ଏହା ଧର୍ମୀୟ ଆସ୍ଥା ଉପରେ ସିଧାସଳଖ ଅବହେଳା। ବିରଜା ପରିକ୍ରମା ପ୍ରକଳ୍ପରେ ବିରଜାଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ମନ୍ଦିର ବାହାରେ ବସି ଆଲୋକିତ ହେବା ରଥିଲା, କିନ୍ତୁ ତାହା ସରକାର ପରିବର୍ତ୍ତନ ପାରେ ବନ୍ଦ ହୋଇ ରହିଛି। ମନ୍ଦିର ନିକଟରେ ଥିବା ମିଶନ ଶକ୍ତି କେନ୍ଦ୍ର ନିକଟରେ ପରିତ୍ୟକ୍ତ ହୋଇପଡିଛି।ଯାଜପୁରବସି ତଥା ବିରଜାଙ୍କ ଶ୍ରଦ୍ଧାଳୁ ଙ୍କ ଭାବା ବେଗକୁ କଷ୍ଟ ଦେଉଛି। ସାଧାରଣରେ କହିବା କଥା ଯଦି ବିରଜାଙ୍କ ମୂର୍ତ୍ତି ପ୍ରତିଷ୍ଠା କରିହେଉନି ତାଙ୍କୁ ଯଥୋଚିତ ସମ୍ମାନ ଜଣାଇ ରଖାଯାଉ।ମା ବିରଜାଙ୍କୁ ସମ୍ମାନ ଓ ପ୍ରାଚୀନ ପୀଠକୁ ଯଥୋଚିତ ମର୍ଯ୍ୟାଦା ଦେବା ପ୍ରଶାସନର ପ୍ରଥମ କର୍ତ୍ତବ୍ୟ। ଶକ୍ତିପୀଠରେ ମାଆଙ୍କୁ ଯେତେବେଳେ ସମ୍ମାନ ଦିଆଯିବ, ସେତେବେଳେ ଯାଜପୁରର ସତ୍ୟ ସମ୍ମାନ ହେବ।

Leave a Reply

Your email address will not be published. Required fields are marked *