ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କେବେ ସରିବ ?

ଯାଜପୁର (ନ୍ୟୁଜ୍ ପଏଣ୍ଟ ଓଡ଼ିଶା ବ୍ୟୁରୋ) କେବେ ସରିବ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଭାରତବର୍ଷର ଅନନ୍ୟ ଶକ୍ତିପୀଠ ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ? କେବେ ସୁରୁଖୁରୁରେ ଯିବାଆସିବା କରିବେ ସାଧାରଣ ଭକ୍ତ ତଥା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ? ଏବେ କେହି ଯଦି ଏହି ତୀର୍ଥସ୍ଥଳୀକୁ ଆସୁଛନ୍ତି ତେବେ ରାସ୍ତାଘାଟର ଅବସ୍ଥା ଓ ଅନ୍ୟାନ୍ୟ ଭଙ୍ଗାଗଡ଼ା କାର୍ଯ୍ୟ ସେମାନଙ୍କୁ ବ୍ୟଥିତ କରୁଛି ନିଶ୍ଚିତ ଭାବେ । ସହରରେ ଯେଉଁଭଳି ଭାବେ ରାସ୍ତାଘାଟ, ଡ୍ରେନ୍ ଖୋଳାଖୋଳି ହୋଇଛି ଏବଂ ରାସ୍ତାପାର୍ଶ୍ଵରେ ଘର ଓ ଦୋକାନ ଉଚ୍ଛେଦ ହୋଇଛି, ତାହା ଅନେକତଃ ଦୃଷ୍ଟିକଟୁ ହେବା ସହ ସୌନ୍ଦର୍ଯ୍ୟହାନି କରୁଛି ।ସୂଚନାନୁଯାୟୀ, ମା’ ବିରଜା ମନ୍ଦିରର ୪.୮୮ ଏକର, ଆଜ୍‌ଏମ୍‌ସି ହାଟ ଜମିରୁ ୩.୧୪ ଏକର ଓ ସ୍ଥାନୀୟ ଲୋକଙ୍କ ୧.୯୧ ଏକର ଜମି ମୋଟ ୯.୯୩ ଏକର ଜାଗାରେ ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା ହୋଇଛି। ଏଥିପାଇଁ ୩ଟି ପର୍ଯ୍ୟାୟରେ ୪୦ କୋଟି ଟଙ୍କାର ଅନୁଦାନ ଆସିଥିଲା। ୧୫ କୋଟି ଟଙ୍କାର କାମ ହୋଇଥିବାବେଳେ ବାକି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଥିବା ଜଣାପଡ଼ିଛି। ଦୁଇବର୍ଷ ତଳେ ରାଜ୍ୟରେ ପୂର୍ବ ସରକାର ମଠମନ୍ଦିରର ରୂପାନ୍ତରୀକରଣଏବେ ବି ଏକାଧିକ ପ୍ରକଳ୍ପ ଅଧପନ୍ତରିଆ ସରକାର ଦୃଷ୍ଟି ଦେବାକୁ ଦାବିଆରମ୍ଭ କରିଥିଲେ । ସେହି କ୍ରମରେ ଯାଜପୁର ଜିଲ୍ଲାରେ ମା’ ବିରଜାଙ୍କ ମନ୍ଦିରକୁ ସାମିଲ କରାଯାଇଥିଲା। ଏହାରି ଭିତରେ ରାଜ୍ୟର ଅନେକ ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଧିମେଇଯିବାକୁନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟରେ ସରକାର ବଦଳିବା ପରେ ରାଜନୈତିକ ବିବାଦ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି କେବଳ ଏହି ପ୍ରକଳ୍ପ ନୁହେଁ, ବରଂ ଯାଜପୁର ଜିଲ୍ଲାର ପ୍ରମୁଖ ପ୍ରକଳ୍ପ ମଧ୍ୟରୁ ଅତ୍ୟାଧୁନିକ ବହୁମୁଖୀ କ୍ରୀଡ଼ାଏକାଡେମି, ପ୍ରଶାସନିକ ଭବନ, ବୈତରଣୀ ନଦୀତଟର ଦଶାଶ୍ଵମେଧ ଘାଟ ନିକଟରେ ପର୍ଯ୍ୟଟନ ବିଭାଗ ସହଭାଗିତାରେ ଶିବା ପ୍ରକଳ୍ପ (ବିଶ୍ଵର ସର୍ବବୃହତ୍ ଧ୍ୟାନମଗ୍ନ ଶିବମୂର୍ତ୍ତି) ଆଦି କାମ ଆଗେଇ ପାରୁନଥିବା ଦେଖାଯାଇଛି। ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ସମ୍ପୃକ୍ତପ୍ରଳଳ୍ପଗୁଡ଼ିକ ମଧ୍ୟରୁ ଏକାଧିକ ପ୍ରକଳ୍ପର ଅବଧି ସରିବାର ଦୀର୍ଘଦିନ ବିତିସାରିଲାଣି ଏନେଇ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା, ବୈଠକ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ କି ପଡ଼ିରହିଥିବା ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ ।ଗତ ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଯାଜପୁର ଜିଲ୍ଲା ମହୋତ୍ସବରେ କହିଥିଲେ, ମା’ ବିରଜାଙ୍କ ମନ୍ଦିରର ଉନ୍ନତୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ମନ୍ଦିର ସମେତ ପରିସରରେ ଥିବା ବଗଳାମୁଖୀ ମନ୍ଦିର, ଶିବ ମନ୍ଦିର ଓ ବ୍ରହ୍ମାକୁଣ୍ଡର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରା‌ଯିବ ଏଥିପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିବା ସହ ପୂର୍ବରୁ ଅନୁମୋଦନ ହୋଇଥିବା ୧୨ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ମା’ଙ୍କ ମନ୍ଦିର ପାଇଁ ଥିବା ଧର୍ମଶାଳାରେ ଅଧିକ ଭକ୍ତଙ୍କ ରହିବା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମ୍ପ୍ରସାରଣ କରାଯିବ, ବ୍ରହ୍ମାକୁଣ୍ଡ ପୁନରୁଦ୍ଧାର ପାଇଁ ୧୨ କୋଟି ଅନୁଦାନ ଯୋଗାଇ ଦିଆଯିବ। ସେହିପରି ବିରଜା ଆଗ୍ନେଶ୍ବର ହାଟ, ନୂଆ ବସ୍ ଟର୍ମିନାଲ୍ ଓ ନୂଆ ଟାଉନ୍ ହଲ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ଆର୍ଥିକ ଅନୁଦାନ ଘୋଷଣା କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଯେପରି ତତ୍ପର ହେବା କଥା, ତାହା ହୋଇନଥିବା ଦେଖାଯାଇଛି। ସାମାଜିକ ଗଣମାଧ୍ୟମରେ ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଅନ୍ୟ ପ୍ରକଳ୍ପଗୁଡ଼ିକର ରୂପରେଖ ଘୂରି ବୁଲୁଥିବା ବେଳେ କେବେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, ତାହା ଯାଜପୁରବାସୀ ତଥା ମା’ଙ୍କ ଅଗଣିତ ଭକ୍ତ ଅପେକ୍ଷା କରିଛନ୍ତି ।#Newspointodisha

Leave a Reply

Your email address will not be published. Required fields are marked *