ସରକାରୀ ଜମି ଲିଜ୍ ଅବଧି ସରିଥିଲେ ମଧ୍ୟଦଖଲ ଛାଡୁ ନାହାଁନ୍ତି ଠିକାଦାର।ସେତେବେଳେ ବିଜେଡି ଏବେ ବିଜେପି କୁ ହାତ ବାରିସି କରିଛନ୍ତି।
ନିଉଜ ପଏଣ୍ଟ ଓଡ଼ିଶା ବ୍ୟୁରୋ : ଯାଜପୁର ତହସିଲ୍ ଅନ୍ତର୍ଗତ ସହରର ଉପକଣ୍ଠ ମହାବୀର ନଗର , ୟୁନିଟ ୧୮ ଅଧୀନରେ ଥିବା ଏକ ସରକାରୀ ଜାଗାକୁ ଜୈନିକ ବାହୁବଳୀ ଠିକାଦାର ନିଜ କବଜାରେ ରଖି ନିଜର ଦରବାର କରିଛନ୍ତି। ବିଜେପି ସରକାର ନୂଆକରି ଆସିବା ପରେ ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯେଉଁ ଦୃଢୋକ୍ତି ସାଧାରଣରେ ଘୋଷଣା କରିଥିଲେ ସରକାରୀ ଜମି ଜବରଦଖଲ କାରିଙ୍କୁ ଆମ ସରକାର କ୍ଷମା ଦେବ ନାହିଁ।କିନ୍ତୁ ଯାଜପୁରରେ ଏହାର ବିଲକ୍ଷଣ ଦେଖିବାକୁ ମିଳୁଛି।ପୂର୍ବରୁ ସଂପୃକ୍ତ ଜବରଦଖଲକାରୀ ଠିକାଦାର ଜଣକ ବିଜୁ ଜନତା ଦଳର ବଡ଼ପଣ୍ଡା ମନାନୁ ବିଭିନ୍ନ ଉପାୟରେ ହାତବାରିସ କରି ସରକାରୀ ଜାଗାକୁ ମାଡ଼ି ବସିଥିଲେ।ସରକାର ପରିବର୍ତ୍ତନ ପରେ ମଡବସିଥିବ ଜବରଦଖଲ ସରକାରୀ ଜାଗାକୁ କାଳେ ସରକାର ତାଙ୍କ ଅଧୀନକୁ ନେଇଯିବେ ଆଶଙ୍କା କରି ଠିକାଦାର ଜଣକ ଶାସକ ବିଜେପି ଦଳର ଜଣେ ବଡ଼ପଣ୍ଡା ଙ୍କୁ ନିଜର ଠିକାଦାର ବ୍ୟାପାରରେ ଭାଗିଦାର କରିଛନ୍ତି। ଯାହା ଫଳରେ ବିଜେପିର ତଥାକଥିତ ବଡ଼ପଣ୍ଡା ବିଜେପି ଦଳକୁ ବଦନାମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ସହରର ବୁଦ୍ଧିଜୀବୀ,ରାଜନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ ସୂତ୍ରରୁ ଜଣାପଡିଛି ଯେ ସ୍ଥାନୀୟ ଜନସାଧାରଣ ବହୁତ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ , ରାଜସ୍ବ ମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ ଭେଟି ଘଟଣା ସମ୍ବନ୍ଧରେ ଅବଗତ କରାଇବେ।
ସରକାରୀ ଜମି ଲିଜ୍ ଅବଧି ସରିଥିଲେ ମଧ୍ୟ ଦଖଲ ଛାଡୁ ନାହାଁନ୍ତି ଠିକାଦାର
