ନିଉଜ ପଏଣ୍ଟ ଓଡ଼ିଶା ବ୍ୟୁରୋ(ସୁକିନ୍ଦା) : ବହୁତ ହୋଇଗଲା ତୁମ ଗୁଣ୍ଡଗିରି ଓ ଆତଙ୍କ ରାଜ । ମା ଆଗରେ ତା ଝିଅକୁ ଦୁଷ୍କର୍ମ କରିବାର ଧମକ ଦିଆ ଯାଉଛି । ଏ ସାହାସ ଦେଲା କିଏ । ବିଜେପି ଗୁଣ୍ଡାବାହିନୀ ରକ୍ତର ହୋଲି ଖେଳୁଛି । ଏବେ ସୁକିନ୍ଦାବାସୀ ଏକତ୍ରିତ ହୋଇଛନ୍ତି । ଏବେ ବିଜେପି ନେତା ଓ କର୍ମୀ ଗାଁ ଦାଣ୍ଡ ମାଡି ପାରିବେ ନାହିଁ । ସତସାହାସ ଅଛି ଯଦି ସାମ୍ନା କର । ଆଉ ଦାଦା ଗିରି ଚଳିବନାହିଁ, ଏବେ ଜବାବ ଦିଆଯିବ । ଯିଏ ମୋର ସୁକିନ୍ଦାର ମା ଓ ଭଉଣୀଙ୍କ ଉପରେ ଆଙ୍ଗୁଠି ଉଠାଇବ ତା ଆଙ୍ଗୁଳି କାଟି ଦିଆଯିବ । ଶେଷ ଜୀବନ ପର୍ଯ୍ୟନ୍ତ ସୁକିନ୍ଦା ମାଟିର ସେବା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ଇଂ ଘଡାଇ । ନିର୍ବାଚନ ପରେ ସୁକିନ୍ଦାରେ ଅରାଜକତା ଦେଖା ଦେଇଛି । ବିଜେପି ଆତଙ୍କ ରାଜ ଚଳାଇଛି । ଏହାର ପ୍ରତିବାଦରେ ବିଜେଡି ଆଜି ସୁକିନ୍ଦାରେ କଳା ଦିବସ ପାଳନ କରିଛି । ଏହା ପୂର୍ବରୁ ଗତ ୨୨ ତାରିଖ ଦିନ ଖଣି ଅଞ୍ଚଳ ବନ୍ଦ ଡାକରା ଦେଇଥିଲା ବିଜେଡି । ଏହି ବନ୍ଦ ଡାକରାକୁ ଅଭୂତପୂର୍ବ ଜଣ ସମର୍ଥନ ମିଳିଥିଲା । ଆଜି ପାଳିତ ହୋଇଥିବା କଳା ଦିବସ ମଧ୍ୟ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ହଜାର ହଜାର ସଂଖ୍ୟାରେ ନେତା, କର୍ମୀ ଓ ସମର୍ଥକ ବାଇକ ରାଲିରେ ଆସି କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ ।ସେଠାରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ଯାଜପୁରର ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜାତୀୟ ପ୍ରବକ୍ତା ଶର୍ମିଷ୍ଠା ସେଠୀ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ସୁକିନ୍ଦା ଓ ଦାନଗଦି ବ୍ଲକ ବିଜେଡି ସଭାପତି,ଉଭୟ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସୁକିନ୍ଦା ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମହାନ୍ତି, ଯୁବନେତା ପ୍ରଦୀପ ମହାନ୍ତି ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । ନେତା ମାନେ ବିଜେପି ପକ୍ଷରୁ ଚାଲିଥିବା ଗୁଣ୍ଡା ରାଜ ଓ ମାଫିଆରାଜ ବିରୁଦ୍ଧରେ ପ୍ରବଳ ବର୍ଷିବା ସହିତ ଆଗକୁ ଆଉ ଏହା ଚଳିବ ନାହିଁ ବୋଲି ସତର୍କ କରି ଦେଇଥିଲେ । ସଭା ପରେ ସମସ୍ତ ନେତୃବୃନ୍ଦ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଏସପିଙ୍କ ଉଦ୍ଦେଶ୍ୟରେ କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଯଦି ଶାସକ ଦଳର ଗୁଣ୍ଡା ରାଜ ,ମାଫିଆ ରାଜ ବିରୁଦ୍ଧ ରେ ପ୍ରଶାସନ ଆଇନ ଗତ ପଦକ୍ଷେପ ନ ନିଏ ଏବଂ ଅରାଜକତା ସୃଷ୍ଟି କରୁଥିବା ଆସାମୀ ମାନଙ୍କୁ ଗିରଫ ନ କରେ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।
ସୁକିନ୍ଦା ବିଜେଡିର କଳା ଦିବସ,ସୁକିନ୍ଦାରେ ଦାଦା ଗିରି ଆଉ ଚଳିବ ନାହିଁ-ପ୍ରୀତିରଞ୍ଜନ ଘଡାଇ.
