ହସ୍ତାନ୍ତର ର ୨ବର୍ଷପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିପଦ ସଂକୁଳ

ରାୟଗଡା ନ୍ୟୁଜ୍ ପଏଣ୍ଟ ଓଡ଼ିଶା ବ୍ୟୁରୋ : ରାୟଗଡା ଜିଲ୍ଲାକଲ୍ୟାଣସିଂହପୁର ବ୍ଲକ ସଦର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ଭାଙ୍ଗି ନଷ୍ଟ ହୋଇଥିବା ଦେଖ‌ିବାକୁ ମିଳିଛି। ଏହି ମେଡିକାଲ ମନ୍ତ୍ରୀ ଜଗନ୍ନାଥ ସାରାକାଙ୍କ କର କମଳରେ ଚ୍ୟାରମେନ ଅଧ୍ଯକ୍ଷ ପଞ୍ଚାୟତ ସମିତି ଜଗେନ୍ଦ୍ର ୱାଡାକା, ବ୍ଲକ ଉନୟନ୍ନ ଅଧୂକାରୀ ସୁଧାକର ରଇତା ଉପସ୍ଥିତିରେ ଗତ ୧୬. ୧୧. ୨୦୨୧ ଉଦଘାଟନ କରାଯାଇଥିଲା। ଏବଂ ଆଜକୁ ପ୍ରାୟ ୨ବର୍ଷ ହେବ ଗୋଷ୍ଠୀ କେନ୍ଦ୍ର ଗୋଷ୍ଠୀ ବିଭାଗୀୟଙ୍କୁ ହସ୍ତାନ୍ତର କରିଥିଲେ। ଏଠାରେ ପାଚେରୀର ରକ୍ଷଣା ବେକ୍ଷଣା ୨୦୨୦-୨୦୨୧ ପାଇଁ ୩ଲକ୍ଷ୍ୟ ଟଙ୍କା ରାଶି ରଖାଯାଇଥିଲା। ଏଠାରେ ସାଧାରଣରେ ପ୍ରଶବାଚୀ ସୃଷ୍ଟି ହେଉଛି ଯେ’ ନିର୍ମାଣ ପରଠାରୁ କୌଣସି ମରାମତି କାର୍ଯ୍ୟ ନ କରି ପଲକ ଲଗେଇ ଲକ୍ଷାଧିକ ଟଙ୍କା ହଡପ ଉକ୍ତ ଗୋଷ୍ଠୀ କେନ୍ଦ୍ରରେ କାନ୍ଥ ଫାଟି ବର୍ଷାଦିନେ ପାଣି ଗଳୁଥିବା ସ୍ଥାନେ ସ୍ଥାନେ ମାର୍ବଲ ଉଠିଯିବା ନେଇ ରୋଗୀମାନେ ହନୁସନ୍ତି ହେଉଥ‌ିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର ବାବୁ ମାଲେ ମାଲ। ଗତ ୨୬, ୨୭, ୨୮, ୩୦,ରେ ମୌସମୀ ବର୍ଷା ହୋଇ ଡ୍ରେନ ଦ୍ବାରା ବର୍ଷାଜଳ ପାଚେରୀ ଦେଇ ନିଷ୍କାସନ ହୋଇ ମାଟିଖସି ଶୃଙ୍ଗ ହୋଇ ପାଚେରୀ ଭାଙ୍ଗିନଷ୍ଟ ହୋଇଥିବା ଦେଖୁବାକୁ ମିଳିଛି। ଏହି ମେଡିକାଲ ନଦୀ ପାର୍ଶ୍ବ ହୋଇଥ‌ିବାରୁ ପାଣି ବହି ମାଟିଖାଇ ଯାଉଥିବା ଓ ତଳଭାଗରେ ଥ‌ିବା ଯୋଗୁଁ ମାଟି ଖସି ପାଚେରୀ ଭାଙ୍ଗିଥ‌ିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୁଚାର ରୂପେ ଜଣାପଡୁଛି ଯେ’ ନିମ୍ନମାନର କାର୍ଯ୍ୟ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖାଇଗଲେ କଣ୍ଟ୍ରାକ୍ଟର ଯାହାହାର ପ୍ରମାଣ ଏହି ମେଡିକାଲର ଫାଟିଥିବା କାନ୍ଥ ଓ ଚଟାଣ ଭାଙ୍ଗିଥିବା ପାଚେରୀ। ଏଣେ ମେଡିକାଲ, ପାଚେରୀ କାମ ନିମ୍ନମାନର ହୋଇଥିବା ଓ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖାଇଯାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *