ନିଉଜ ପଏଣ୍ଟ ଓଡ଼ିଶା (ବ୍ୟୁରୋ) : ଗତ ମଇ୨୮ ତାରିଖ ରୁ ମଣ୍ଡି ଲାଗିବା ପାଇଁ ସରକାରଙ୍କ ନିୟମ ଥିଲେ ମଧ୍ୟ ଏଯାଏ ଲାଗୁନି ଧାନ ମଣ୍ଡି କି ଉଠୁନାହିଁ ଧାନ। ଏ ନେଇ ଯାଜପୁର ଜ଼ିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ୨୦୦ରୁ ଉର୍ଦ୍ଧ୍ବ ଚାଷୀ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିଜାମପୁର ସେବା ସମବାୟ ସମିତି ଏବଂ ସାଇ କ୍ରିଷ୍ଣା ଏସଏଚଜି ରେ ଏଯାଏ ଲାଗିନି ଧାନମଣ୍ଡି। ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୟୁଣ୍ଟାଲ ରବି ଧାନ ମାତ୍ର ଆସୁନାହାନ୍ତି ମିଲର। ରବି ଧାନ ମଣ୍ଡି ନ ଲାଗିବା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ଜମି ର ପରିମାଣ ଅଧିକ ଥିଲେ ମଧ୍ୟ କମ ଟୋକନ ଆସିଥିବା ଅଭିଯୋଗ କରିଛନ୍ତି ଚାଷୀ। ଆଜି ସ୍ଥାନୀୟ ଅଂଚଳ ର ଚାଷୀ ମାନେ ମିଳିତ ଅଭିଯୋଗ ଶୁଣାଣିରେ ଏନେଇ ଜ଼ିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତୁରନ୍ତ ମଣ୍ଡି ନଲାଗିଲେ ଆନ୍ଦୋଳନ କରାଯିବା ସହ ମିଲରଙ୍କ ବିରୁଦ୍ଧରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି । ମଣ୍ଡିରେ ଧାନ ବିକ୍ରି ବିଳମ୍ବ ହେବାରୁ ଚାଷୀମାନେ ଅଭାବୀ ବିକ୍ରି କରୁଥିବା ଦେଖାଦେଇଛି।
Related Posts

ଠିକାରେ ଚାଲିଛି ଉଚ୍ଚଶିକ୍ଷା ବିଭାଗ । ନାହାନ୍ତି ନିୟମିତ ଅଧକ୍ଷ ଓ କୁଳପତି
ଭୁବନେଶ୍ୱର (ନିଉଜ ପଏଣ୍ଟ ଓଡ଼ିଶା ବ୍ୟୁରୋ) : ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ୍ଗୁଡ଼ିକରେ ମାଳ ମାଳ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ନିୟମିତ ନିଯୁକ୍ତି ପ୍ରକ୍ରିୟା…

ସରକାରୀ ଜମି ଲିଜ୍ ଅବଧି ସରିଥିଲେ ମଧ୍ୟ ଦଖଲ ଛାଡୁ ନାହାଁନ୍ତି ଠିକାଦାର
ସରକାରୀ ଜମି ଲିଜ୍ ଅବଧି ସରିଥିଲେ ମଧ୍ୟଦଖଲ ଛାଡୁ ନାହାଁନ୍ତି ଠିକାଦାର।ସେତେବେଳେ ବିଜେଡି ଏବେ ବିଜେପି କୁ ହାତ ବାରିସି କରିଛନ୍ତି।ନିଉଜ ପଏଣ୍ଟ ଓଡ଼ିଶା ବ୍ୟୁରୋ :…

ସରଣ୍ଡା ଜଙ୍ଗଲରୁ ୨୦୦ କେଜି ବିସ୍ଫୋରକ ଜବତ।
ନିଉଜ ପଏଣ୍ଟ ଓଡ଼ିଶା (ବ୍ୟୁରୋ) : ପୁଣି ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ଜବତ । ଆଜି ୨୦୦ କେଜି ବିସ୍ଫୋରକ ଜବତ କଲା ପୋଲିସ ଗତକାଲି ଝାଡ଼ଖଣ୍ଡ…