ସକାଳର ମୁଖ୍ୟ ଖବର

ସକାଳର ମୁଖ୍ୟ ଖବର ନିଉଜ ପଏଣ୍ଟ ଓଡ଼ିଶା ବ୍ୟୁରୋ :

୧-ଭୁବନେଶ୍ୱର:ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ।୨-ଓଡ଼ିଶାରେ ସତ୍ତାର ପଟ୍ଟ ପରିବର୍ତ୍ତନକୁ ପୁରିଲା ବର୍ଷେ; ବିଜେପିକୁ ମିଳିଥିଲା ବହୁମତ, କ୍ଷମତାରୁ ହଟିଥିଲା ବିଜେଡି।୩-ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ମନ୍ତ୍ରୀଙ୍କ ରିପୋର୍ଟ ; ଜୁନ ୧୨ ପରେ ହୋଇପାରେ ମନ୍ତ୍ରିମଣ୍ଡଳର ଅଦଳବଦଳ!୪-କୋରାପୁଟ:୪ ଘଣ୍ଟାରେ ଚାଲିଗଲା ୬ ରୋଗୀଙ୍କ ଜୀବନ , କୋରାପୁଟ ବଡ଼ ମେଡ଼ିକାଲରେ ଉତ୍ତେଜନା। ଭୁଲ୍ ଇଞ୍ଜେକସନ ଅଭିଯୋଗ ଆଣିଲେ ସମ୍ପର୍କୀୟ।୫-ପୁରୀ:୩୫ ଦିନରେ ପହଂଚିଛି ରଥ ନିର୍ମାଣ କାର୍ଯ୍ୟ, ତିନି ରଥ ଅଖରେ ଦଣ୍ଡା ପଡ଼ିଲା।୬-ପିଜି ନାମଲେଖା ପାଇଁ ୮ ଯାଏଁ ପସନ୍ଦ ଯୋଗ୍ୟ ଶିକ୍ଷାନୁଷ୍ଠାନ ମନୋନୟନ।SEBC ବର୍ଗଙ୍କୁ ମିଳିବ ତଥ୍ୟ ଦାଖଲ ସୁଯୋଗ।୭-ଭୁବନେଶ୍ୱର:ମଙ୍ଗଳବାର ବନ୍ଦ ରହିବ ପୁରୀ-ରାଉରକେଲା ବ‌‌ନ୍ଦେ ଭାରତ ଚଳାଚଳ।୮-ଜଗତପୁରରେ ନକଲି ମୋବିଲ କାରଖାନା ଉପରେ ଚଢାଉ; ଅପମିଶ୍ରିତ ମୋବିଲ ପ୍ରସ୍ତୁତ ନେଇ କରାଯାଇଛି ରେଡ୍‌।୯-ଢେଙ୍କାନାଳ ହେବ ଓଡ଼ିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା: ୨୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି।୧୦-୬ରୁ ଚାରିଦିନିଆ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, ଜୟଦେବ ଭବନରେ ୯ଟି ଭାଷାରେ ପ୍ରଦର୍ଶିତ ହେବ।୧୧-ଭୁବନେଶ୍ୱର:ଗୁଣାତ୍ମକ ଶିକ୍ଷା ଓ ବିଶ୍ଵସ୍ତରୀୟ ପ୍ରୟୋଗଶାଳା ପାଇଁ କିଟ୍ ପଲିଟେକନିକ୍ କୁ NBAର ୨୦୨୮ ପର୍ଯ୍ୟନ୍ତ ଆକ୍ରିଡିଟେସନ ପ୍ରଦାନ, ଓଡ଼ିଶାରେ ପ୍ରଥମ।୧୨-ରାୟଗଡା,କୁପାଖାଲ ଗାଁରେ ଅଭାବନୀୟ ଘଟଣା:ଦେଢ ମାସ ତଳେ ପ୍ରେମ ବିବାହ କରିଥିଲେ, ଝୁଲନ୍ତା ମୃତଦେହ ଉଦ୍ଧାର ହେଲା।୧୩-ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ ମହିଳା ଥାନା ASI ବବିତା ସୁନା, ୧୦ ହଜାର ଲାଞ୍ଚ ନେଇ ଧରା ପଡିଲେ।୧୪-ପାରାଦ୍ଵୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଆମୋନିଆ ଗ୍ୟାସ ଲିକ୍, ୪ ଅସୁସ୍ଥ।୧୫-ଓଡ଼ିଆ ଭାଷାରେ ଇଗ୍ନୋର MBA ଶିକ୍ଷା,ଜୁଲାଇ ସେସନ୍ ରୁ ଲାଗୁ।୧୬-ଜୁଲାଇ ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ।୧୭-୨୦୨୭ ମାର୍ଚ୍ଚ ୧ରୁ ଦେଶରେ ହେବ ଜନଗଣନା, ୧୬ବର୍ଷ ପରେ ଦେଶରେ ହେବ ଆରମ୍ଭ।୧୮-ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିଅମ ବାହାରେ ଆଇପିଏଲ ବିଜୟ ଉତ୍ସବ ପାଳନ ସମୟରେ ଦଳାଚକଟା – ୧୧ ମୃତ, ୧୫୦ ଆହତ।୧୯-ବେଙ୍ଗାଲୁରୁ ଦଳାଚକଟା ମାମଲାର ହେବ ମାଜିଷ୍ଟ୍ରେଟ୍ ସ୍ତରୀୟ ଯାଞ୍ଚ, ମୃତକଙ୍କ ଲାଗି ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ସରକାର।୨୦-ବଢୁଛି ୟୁକ୍ରେନର ଶକ୍ତି, ବ୍ରିଟେନ ଦେବ ଏକ ଲକ୍ଷ ଡ୍ରୋନ; ମିସାଇଲ ଦେବାକୁ ଜର୍ମାନୀର ଘୋଷଣା।୨୧-ଆମେରିକାକୁ ବିଷାକ୍ତ ଫଙ୍ଗସ ଆଣିବା ଉଦ୍ୟମ, ଦୁଇ ଚୀନ ବୈଜ୍ଞାନିକ ଗିରଫ।

Leave a Reply

Your email address will not be published. Required fields are marked *