ନ୍ୟୁଜ୍ ପଏଣ୍ଟ ଓଡ଼ିଶା (ଯାଜପୁର ବ୍ୟୁରୋ): ଆଜି ଜିଲାର ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବିଜୁଳି ମାରି ପ୍ରବଳ ବର୍ଷା ମଧ୍ୟାହ୍ନରେ ହୋଇଥିଲା । ରଗଡି ଛକରେ ଏକ ହୋଟେଲ ନିକଟରେ ବିଜୁଳି ମାରିବାରୁ ଜଣେ ଟ୍ରକ ହେଲ୍ପରଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ମୃତ ହେଲ୍ପର ଜଣକ ହେଲେ ଅନୁଗୁଳ ଜିଲ୍ଲାର ଦିଲ୍ଲୀପ ନାୟକ । କେନ୍ଦୁଝର ଜିଲ୍ଲାରୁ ଏକ ଟ୍ରକ ମାଲ ନେଇ ଯାଜପୁର ଜିଲ୍ଲାକୁ ଆସିଥିଲା l ରଗଡି ଛକରେ ଟ୍ରକ ଡ୍ରାଇଭର ଗାଡି ରଖିଥିଲେ । ହେଲ୍ପର ଦିଲ୍ଲୀପ ଗାଧେଇବାକୁ ଏକ ହୋଟେଲର ଟାଙ୍କି ପାଖରେ ଛିଡା ହୋଇଥିଲେ l ସେଠାରେ ବିଜୁଳି ମାରିବାରୁ ହେଲ୍ପର ଦିଲ୍ଲୀପଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଯାଜପୁର ରୋଡ଼ ଡାକ୍ତର ଖାନାକୁ ନେଇଥିଲା । ଆସନ୍ତା କାଲି ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।
Related Posts
ଅବସର_ପରେ_ସରକାରୀ_ପଦ_ଗ୍ରହଣ_କରିବା_ଅନୁଚିତ ଅବସର ପରେ ସରକାରୀ ପଦ ଗ୍ରହଣ କରିବା ଅନୁଚିତ ।
#ଅବସର_ପରେ_ସରକାରୀ_ପଦ_ଗ୍ରହଣ_କରିବା_ଅନୁଚିତ ଅବସର ପରେ ସରକାରୀ ପଦ ଗ୍ରହଣ କରିବା ଅନୁଚିତ । ଖାଲି ପଦ ଗ୍ରହଣ କରିବା ନୁହେଁ ବରଂ ନିର୍ବାଚନ ଲଢିବା ମଧ୍ୟ ଉଚିତ୍ ନୁହେଁ…
ବାଇକକୁ ପିଟିଲା ବସ୍, ସ୍ବାମୀ ଓ ସ୍ତ୍ରୀଙ୍କ ସମେତ ତିନି ଗୁରୁତର
ଅନୁଗୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ୍ ନିକଟରେ ସରକାରୀ ବସ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଗୁରୁତର। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
