ଅନୁଗୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ୍ ନିକଟରେ ସରକାରୀ ବସ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଗୁରୁତର। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ସେମାନେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ୍ ନିକଟରେ ସରକାରୀ ବସ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଗୁରୁତର। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ସେମାନେ।ତିନି ଜଣ ଗୋଟିଏ ବାଇକରେ ଯାଉଥିବା ବେଳେ ଗୋଟିଏ ସରକାରୀ ବସ ଧକ୍କା ଦେଇଥିଲା। ଯାହା ଫଳରେ ତିନି ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁଇ ଜଣ ପୁଲିସ ଗାଡ଼ିରେ ଆସିଥିବା ବେଳେ ଜଣେ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ରାଇଝରଣ ସିତିରାସାହିର ବୈଷ୍ଣବ ନାଏକଙ୍କ ପୁଅ ଚଣ୍ଡାଳ ନାଏକ ( ୪୦), ରାଜା ବେହେରାଙ୍କ ପୁଅ କାଳିଆ ବେହେରା (୧୯) ଏବଂ ଚଣ୍ଡାଳ ନାଏକଙ୍କ ସ୍ତ୍ରୀ ଦୁତୀ ନାଏକ ବୋଲି ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
Related Posts
ପିଲାଙ୍କ ହୋମୱାର୍କ ପାଇଁ, ପିତାମାତାଙ୍କୁ ହୃଦ୍ଘାତ
୨୦୧୯ ମସିହାରେ ଜଣେ ୩୬ ବର୍ଷିୟ ମହିଳା, ଗତ ବର୍ଷ ଜଣେ ୪୫ ବର୍ଷିୟ ମହିଳା ପିଲାଙ୍କୁ ହୋମୱାର୍କ କରୁଥିବା ସମୟରେ ଏହି ଷ୍ଟ୍ରୋକର ଶିକାର ହୋଇଥିଲେ।…
ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କେବେ ସରିବ ?
ଯାଜପୁର (ନ୍ୟୁଜ୍ ପଏଣ୍ଟ ଓଡ଼ିଶା ବ୍ୟୁରୋ) କେବେ ସରିବ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଭାରତବର୍ଷର ଅନନ୍ୟ ଶକ୍ତିପୀଠ ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ…
ଆମେରିକାରେ ନୋ ଏଣ୍ଟ୍ରି
-ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ ନୋ ଏଣ୍ଟ୍ରି-୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା-ଏନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ୍ ପ୍ରଶାସନ-ଆଫଗାନିସ୍ତାନ, ମିଆଁମାର, ଇରାନ,…
