ଯାଜପୁରରେ କେନାଲ, ଶାଖା କେନାଲର ପୁନରୁଦ୍ଧାର ନେଇ ସଂସଦ ରେ ଦୃଢ଼ ଦାବିକଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଯାଜପୁରରେ କେନାଲ, ଶାଖା କେନାଲର ପୁନରୁଦ୍ଧାର କରାଯିବାକୁ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଦାବି କରିଛନ୍ତି ।କେତେକ କେନାଲ ଓ ଶାଖା କେନାଲର ଶୀଘ୍ର ପୁନରୁଦ୍ଧାର କରିବାକୁ ସ୍ଥାନୀୟ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବୁଧବାର ଲୋକସଭାରେ ଦାବି କରିଛନ୍ତି। ସେ କହିଛନ୍ତି, ଯାଜପୁର ଜିଲ୍ଲା ଦେଇ ବୈତରଣୀ, ବ୍ରାହ୍ମଣୀ, କେଲୁଆ ଓ ବିରୁପା ଆଦି ନଦୀ ଏବଂ ଶାଖା ନଦୀ ପ୍ରବାହିତ ହେଉଛନ୍ତି। ଏହି ଜିଲ୍ଲାରେ ଅନେକ ଖଣିଜ ପଦାର୍ଥ ରହିଛି। ଅତୀତରେ ବାଣିଜ୍ୟ କାରବାର ପାଇଁ ଏହି ଜିଲ୍ଲାର ସମ୍ପର୍କ ଜାଭା, ସୁମାତ୍ରା, ବୋର୍ଣିଓ ଆଦି ଦ୍ବୀପ ସହ ଥୁଲା I ନୌକା ମାଧ୍ୟମରେ ସେମାନେ ବେପାର କରୁଥିଲେ । ବ୍ରିଟିଶ ସମୟରେ ଅନେକ କେନାଲ ଓ ଶାଖା କେନାଲ ବ୍ରାହ୍ମଣୀ ଓ ମହାନଦୀ ସହ ସଂଯୋଗ ସ୍ଥାପନ କରିବାକୁ ନିର୍ମାଣ କରାଯାଇଥିଲା I ତେବେ ସେହି କେନାଲ ସବୁ ଏବେ ପୋତି ହୋଇପଡିଲାଣି। ଏଭଳି ପରିସ୍ଥିତିରେ ଜଳସେଚନ ଓ ବାଣିଜ୍ୟ କାରବାର ପାଇଁ ଏହି କେନାଲ ଓ ଶାଖା କେନାଲଗୁଡି କର ପୁନରୁଦ୍ଧାର କରିବାକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *