ରୂପାଲି ଛକ ଦୁର୍ଘଟଣାରେ ଶୋକସନ୍ତପ୍ତ ପରିବାର ପାଖରେ ରାଜ୍ୟ ସରକାର — ମୃତକଙ୍କ ପରିବାରକୁ ₹୪ ଲକ୍ଷ ସହାୟତା, ଆଗାମୀ ଦିନରେ ଦୁର୍ଘଟଣା ରୋକିବାକୁ କଡ଼ା ପଦକ୍ଷେପ 🚦

ଭୁବନେଶ୍ୱର ରୂପାଲି ଛକରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ଯାଜପୁର ଜିଲ୍ଲାର ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ପ୍ରାଣହାନି ଘଟିଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଏହି ଘଟଣାରେ ଆହତ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ମୁଖ୍ୟମନ୍ତ୍ରୀ “ଆମ ବସ” ପରିବହନ ସେବା ସହ ସଂପୃକ୍ତ ଦୁର୍ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ଏପରି ଅଘଟଣ ନ ଘଟିବା ପାଇଁ CRUT ସହ ସମନ୍ୱୟରେ କାମ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ବିଶେଷକରି “ଆମ ବସ” ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧି, ନିୟମିତ ଟ୍ରେନିଂ, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ, ସହିତ ସମ୍ବେଦନଶୀଳ ମନୋଭାବ ବିକାଶ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।ବାଣିଜ୍ୟ ଓ ପରିବହନ ବିଭାଗ ନିୟମିତ ସମୀକ୍ଷା କରି ପରିସ୍ଥିତିରେ ସୁଧାର ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି!

Leave a Reply

Your email address will not be published. Required fields are marked *