୨୦୧୯ ମସିହାରେ ଜଣେ ୩୬ ବର୍ଷିୟ ମହିଳା, ଗତ ବର୍ଷ ଜଣେ ୪୫ ବର୍ଷିୟ ମହିଳା ପିଲାଙ୍କୁ ହୋମୱାର୍କ କରୁଥିବା ସମୟରେ ଏହି ଷ୍ଟ୍ରୋକର ଶିକାର ହୋଇଥିଲେ। ସେହିପରି ଗତ ଜାନୁଆରୀ ମାସରେ ମଧ୍ୟ ଚୀନର ଜିୟାଙ୍ଗସୁ ଅଞ୍ଚଳର ଜଣେ ୩୭ ବର୍ଷିୟ ମହିଳା ନିଜ ପୁଅକୁ ଗଣିତ ପଢ଼ାଉଥିବା ସମୟରେ ଏହି ଷ୍ଟ୍ରୋକର ସମ୍ମୁଖୀନ ହୋଇଥିଲେ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ବିଶେଷ କରି ମହିଳାମାନେ ଏହି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ବହୁ ସମ୍ଭାବନା ରହିଛି, କାରଣ ସେମାନେ ଘର କାମ ସହ ଅଫିସ୍ କାର୍ଯ୍ୟ ଓ ଅନ୍ୟାନ୍ୟ ଚାପ ଓ ଚିନ୍ତାରେ ରହିଥାନ୍ତି। ତେଣୁ ଚାପ ତାଲିକାରେ ପିଲାଙ୍କ ହୋମୱାର୍କ ମଧ୍ୟ ଯୋଡ଼ି ହୋଇଛି।
